ସୁସ୍ଥହେଲେ ଆଉ ୨୧୮ କରୋନା ଆକ୍ରାନ୍ତ, ୩୩୭୪୩୦ରେ ପହଞ୍ଚିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୭୪୩୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ନୂଆପଡାରୁ ସର୍ବାଧିକ ୪୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୩, ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨, ବଲାଙ୍ଗିରିରୁ ୨୦, ରାୟଗଡ଼ାରୁ ୧୦, ମୟୂରଭଞ୍ଜରୁ ୯, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, ବାଲେଶ୍ୱରରୁ ୭, ଭଦ୍ରକରୁ ୫, ଗଞ୍ଜାମରୁ ୫, ଯାଜପୁରରୁ ୫, ପୁରୀରୁ ୫, ଅନୁଗୁଳରୁ ୨, ବରଗଡ଼ରୁ ୨, ଜଗତସିଂହପୁରରୁ ୨, କେନ୍ଦୁଝରରୁ ୨, ଦେବଗଡରୁ ୧, ଗଜପତିରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୧, ନବରଙ୍ଗପୁରରୁ ୧ ଏବଂ ଷ୍ଟେଟପୁଲରୁ ୬ଜଣ ସୁସ୍ଥ ହୋଇଛନ୍ତି।