ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ୧୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩,୩୬,୮୦୯କୁ ବୃଦ୍ଧି ପାଇଛି। ଆଜି କଟକ ଜିଲାରୁ ସର୍ବାଧିକ ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୧୬, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୧୦, ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ୬, ଗଞ୍ଜାମରୁ ୫, ବାଲେଶ୍ଵରରୁ ୪, କୋରାପୁଟରୁ ୪, ଭଦ୍ରକରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୩, ପୁରୀରୁ ୩, ଷ୍ଟେଟ୍‌ପୁଲରୁ ୩, ବଲାଙ୍ଗିରରୁ ୨, ଝାରସୁଗୁଡ଼ାରୁ ୨ ସମେତ ଅନୁଗୁଳ, ବରଗଡ଼, କଳାହାଣ୍ଡି, ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।