ଆଜି ସୁସ୍ଥହେଲେ ଆଉ ୫୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୩୬୧୨୪ରେ ପହଞ୍ଚିଛି।

ଆଜି ସୁନ୍ଦରଗଡରୁ ୧୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୭, ଖୋର୍ଦ୍ଧାରୁ ୭, ମୟୁରଭଞ୍ଜରୁ ୭, ଅନୁଗୁଳରୁ ୫, ବରଗଡରୁ ୪, ଯାଜପୁରରୁ ୪, ଗଞ୍ଜାମରୁ ୩, ନୟାଗଡରୁ ୨, ନୂଆପଡାରୁ ୨, ବାଲେଶ୍ୱରରୁ ୧, ଝାରସୁଗୁଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।