ବଢ଼ୁଛି ସଂକ୍ରମଣ : ଦିନକରେ ୧୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ୧୨୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୧ଜଣ ଓ ସ୍ଥାନୀୟ ସଂକ୍ରମଣ ୪୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୭୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୬, ସୁନ୍ଦରଗଡ଼ରୁ ୧୬, ମୟୁରଭଞ୍ଜରୁ ୧୫, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୧୦, ବାଲେଶ୍ୱର, ଗଞ୍ଜାମ, ଯାଜପୁରରୁ ୪ ଲେଖାଏଁ, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ରାୟଗଡ଼ା ଓ ଷ୍ଟେଟପୋଲରୁ ୩ ଲେଖାଏଁ, ବଲାଙ୍ଗିର ଓ କେନ୍ଦ୍ରାପଡ଼ାରୁ ୨ ଲେଖାଏଁ, ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, କେଉଁଝର, ନବରଙ୍ଗପୁର ଓ ନୂଆପଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୭ଲକ୍ଷ ୬୨ହଜାର ୬୦୭ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୮ହଜାର ୭୧୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୫ହଜାର ୯୯୪ଜଣ ସୁସ୍ଥ ହୋଇଛନ୍ତି, ୧୯୧୮ଜଣଙ୍କର ମୃତ୍ୟୁ ଘଟିଛି ଓ ୭୫୪ ଜଣ ଚିକିତ୍ସିତ ହେଉଛନ୍ତି।