ନୂଆ ଉଡ଼ାଣ ଭରିଲେ ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ ଏବେ ଏକ ନୂଆ ଉଡ଼ାଣ ଭରିଛନ୍ତି। ଗତବର୍ଷ ଲକଡାଉନ ସମୟରେ ସୋନୁ ଲକ୍ଷାଧିକ ଲୋକଙ୍କୁ ଟ୍ରେନ, ବସ୍ ଓ ଉଡ଼ାଜାହଜରେ ଘରେ ପହଞ୍ଚାଇ ଦେଶ ତଥା ବିଦେଶରୁ ସମ୍ମାନିତ ହୋଇଥିଲେ। କିନ୍ତୁ ଏବେ ଏକ ଦେଶୀ ଉଡ଼ାଜାହାଜ ସୋନୁ ସୁଦଙ୍କୁ ନୂଆ ଢଙ୍ଗରେ ସମ୍ମାନିତ କରିଛନ୍ତି।

ଘରୋଇ ଉଡ଼ାଣ କମ୍ପାନୀ ସ୍ୱାଇସ ଜେଟ ବୋଇଙ୍ଗ ୭୩୭ରେ ସୋନୁ ସୁଦଙ୍କ ଫଟୋ ଲଗାଇଛି। ଏହି ଫଟୋ ସହ ସୋନୁଙ୍କ ଲାଗି ଇଂରାଜୀରେ ଏକ ପଂକ୍ତି ଲେଖାଯାଇଛି- ‘ଏ ସେଲ୍ୟୁଟ ଟୁ ଦି ସେବିଅର ସୋନୁ ସୁଦ’ ଅର୍ଥାତ୍ ‘ତ୍ରାଣକର୍ତ୍ତା ସୋନୁ ସୁଦଙ୍କୁ ସଲାମ।’