ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରାନ୍ସଫରମର ଫାଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଟ୍ରାନ୍ସଫରମର ତଳେ ଥିବା ଜଳଖିଆ ଦୋକାନ ମାଲିକ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଦୋକାନରେ କାର୍ଯ୍ୟରତ ଅନ୍ୟ ୨ ଜଣ ମଧ୍ୟ ପୋଡ଼ିଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଏହି ଅଘଟଣ ଘଟିଛି। ଆଜି ଭୋରରୁ ବାପ-ପୁଅ ଓ ୨ ଜଣ ଦୋକାନ ଖୋଲିବାକୁ ଯାଇଥିଲେ। ଏହି ସମୟରେ ଟ୍ରାନ୍ସଫରମରଟି ଫାଟିଥିଲା। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୁଲିସ।