Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଏନଏମ୍ ପୁଷ୍ପିତାଙ୍କୁ ଟୁଇଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଏନଏମ୍ ପୁଷ୍ପିତାଙ୍କୁ ଟୁଇଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବାଲନ୍ଦାପଡାର ମା’ ଗୃହରେ କାର୍ଯ୍ୟରତ ଏଏନ୍ଏମ ତଥା ସଂଯୋଜିକା ପୁଷ୍ପିତା ସାହୁଙ୍କୁ ଟୁଇଟ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଷ୍ପିତା ଗର୍ଭବତୀ ମହିଳାମାନଙ୍କ ସୁରକ୍ଷିତ ମାତୃତ୍ୱ ପାଇଁ କରୁଥିବା କାମ ଉଦାହରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନିଷ୍ଠାପର ଭାବେ ନିଜର ଦାୟିତ୍ୱ ତୁଲାଇବା ସହ ଗର୍ଭବତୀଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗକୁ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ସରକାରୀ ଅନୁଷ୍ଠାନ ଉପରେ ତାଙ୍କର ଭରସା ବଢ଼ାଇ ପାରିଛନ୍ତି। ଏହି ନିଷ୍ଠାପର ସେବା ଯୋଗାଇ ପୁଷ୍ପିତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ବୋଲି ମୁଖ୍ୟମନ୍ତୀ ତାଙ୍କ ଟ୍ୱିଟରେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶଂସା ତାଙ୍କ ପାଇଁ ଏକ ପ୍ରୋତ୍ସାହନ ଓ ଏହା ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ପୁଷ୍ପିତା ଏ ଅବସରରେ ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ଗତ ୨୦୧୫ ମସିହା ଠାରୁ ବାଲନ୍ଦାପଡ଼ାରେ ପରିଚାଳିତ ହେଉଛି ମା’ ଗୃହ। ଇତି ମଧ୍ୟରେ ଉକ୍ତ ମା’ ଗୃହରେ ଦୁଇ ହଜାରରୁ ଉର୍ଦ୍ଧ ଗର୍ଭବତୀ ମହିଳା ସେଠାରେ ସ୍ୱାସ୍ଥ୍ୟସେବା ପାଇବା ସହିତ ସୁରକ୍ଷିତ ଭାବେ ଡ଼ାକ୍ତରଖାନାରେ ପ୍ରସବ ହୋଇ ପାରିଛନ୍ତି। ଏହାଦ୍ୱାରା ଉକ୍ତ ଅଞ୍ଚଳରେ ପୂର୍ବରୁ ହେଉଥିବା ଶିଶୁ ଓ ମାତୃ ମୃତ୍ୟୁହାର କମିପାରିଛି। ଏହି ଅପହଞ୍ଚ ଇଲକାରେ କନ୍ଧମାଳ ଜିଲ୍ଲାପାଳ ଅଧିକ ମାତ୍ରରେ ଫୋକସ୍ କରିଥିବା ଯୋଗୁଁ ବାଲନ୍ଦାପଡ଼ାରେ ଥିବା ମା’ଗୃହ ସଫଳତା ହୋଇ ପାରିଛି ବୋଲି ପ୍ରକାଶ କରିଛନ୍ତି। ନିଜ ଅନୁଷ୍ଠାନ ଜଣେ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଯୋଗୁଁ ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇ.ହରି ଶଙ୍କର ରାଉତ ମଧ୍ୟ ପୁଷ୍ପିତାଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି।