Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହତ୍ୟାକାଣ୍ଡର ୬ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହତ୍ୟାକାଣ୍ଡର ୬ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଝାରସୁଗୁଡା,ବ୍ରଜରାଜନଗର,ଏନ୍ଏନ୍ଏସ୍: ବିରବଲ ପାଣ୍ଡେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜୟରାମ ରାୟ(୨୪)କୁ ଆଜି ବୁର୍ଲାରୁ ଓରିଏଣ୍ଟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୨୩ ସେପ୍ଟେମ୍ବର ୨୦୨୦ରେ ବ୍ରଜରାଜନଗର ଆଦର୍ଶନଗରଠାରେ ବିରବଲ୍ ପାଣ୍ଡେଙ୍କୁ ଜୟରାମ ଓ ତା’ର ୩ ଜଣ ସହଯୋଗୀ ହତ୍ୟା କରିବାପରେ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଅଭିଯୁକ୍ତଙ୍କ ବିରୋଧରେ ଓରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଜୟରାମ ଫେରାର ରହିଥିଲା। ଓରିଏଣ୍ଟ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନସ୍ଥାନରେ ତଲାସି ଜାରି ରଖିଥିଲା। ଏହାପରେ ଏହିଟିମ କୌଣସି ସୂତ୍ରରୁ ଖବର ପାଇ ଜୟରାମ ବୁର୍ଲ୍ଲାରେ ଆତ୍ମଗୋପନ କରିଥିବା ଜାଣିବାକୁ ପାଇଥିଲା।
ପ୍ରକାଶ ଯୋଗ୍ୟ ଯେ, ଗତ ୨୩ ସେପ୍ଟେମ୍ବର ସଂଧ୍ୟାରେ ବିର୍ବଲ ପାଣ୍ଡେ ଓ ଜୟରାମଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଜୟରାମ ଓ ତା’ର ୩ ସହଯୋଗୀ ବିରବଲ୍ଙ୍କ ବେକରେ ଛୁରା ମାରି ଫେରାର ହୋଇଯାଇଥିଲେ। ପରିବାର ଲୋକ ବିରବଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିରବଲଙ୍କ ମୃତ୍ୟୁ ହୋଇଥିଲା।