ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣେ ଗିରଫ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ପେଣେକାମ ପଞ୍ଚାତରେ ପୋଡୁଚାଷ ପାଇଁ ଡୁମ୍ବୁରି ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ରାମନାଗୁଡା ବନବିଭାଗ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ପେଣେକାମ ପଞ୍ଚାୟତ ସିରିଗୁଡା ଗ୍ରାମର ପାତିକା ତୁଡୁଗା। ଏନେଇ ବନବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଚଢ଼ଉ ସମୟରେ ଫରେଷ୍ଟ ଗାର୍ଡ ସମେଶ୍ୱର ରାଓ, ପିକେ ଜେନା, ରୋନିତ ମହାଙ୍କୁଡ଼, ଜୟଦେବ ଶବର ଫାୟାର ସ୍କାର୍ଡ, ପ୍ଲାଟେସନ ୱାର୍କର ପ୍ରମୁଖ ସାମିଲ ହୋଇଥିଲେ।