Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବସ୍ତୁବାଦୀ ଦୁନିଆରେ ସତ୍‌ ସଙ୍ଗ ମାନବ ଜୀବନ ପାଇଁ ଭ୍ୟାକସିନ୍ ସଦୃଶ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବସ୍ତୁବାଦୀ ଦୁନିଆରେ ସତ୍‌ ସଙ୍ଗ ମାନବ ଜୀବନ ପାଇଁ ଭ୍ୟାକସିନ୍ ସଦୃଶ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ  ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି ସେହିପରି ବସ୍ତୁବାଦୀ ଦୁନିଆରେ ମାନବ ଜୀବନକୁ ଆଧ୍ୟାତ୍ମିକ ଚେତନାରେ ଯୋଡ଼ିବା ପାଇଁ ସତ୍‌ସଙ୍ଗ ହିଁ ଆଜିର ଦିନରେ ଭ୍ୟାକସିନ୍ ସଦୃଶ ହୋଇଛି ବୋଲି ଶୁକ୍ରବାର ପୁରୁଷୋତମ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୩ତମ ପବିତ୍ର ଜନ୍ମୋତ୍ସବରେ ଭୁବନେଶ୍ୱର
କଲ୍ୟାଣପୁର ସତ୍‌ସଙ୍ଗ କେନ୍ଦ୍ର ସ୍ୱସ୍ତିବନ ପକ୍ଷରୁ ଆୟୋଜିତ ଭର୍ଚୁଆଲ ସତସଙ୍ଗ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହାନ୍ ଭାରତବର୍ଷ ହେଉଛି ଆଧ୍ୟାତ୍ମିକଚେତନାର ପୂଣ୍ୟଭୂମି । ଯୁଗେଯୁଗେ ଏହି ମାଟିରେ ସନ୍ଥ ମହାତ୍ମାଗଣଙ୍କ  ଆବିର୍ଭାବ ହୋଇଛି । ସେମାନଙ୍କ ଚେତନା ଭାରତୀୟ ମାନଙ୍କୁ ଏବଂ ବିଶ୍ୱବାସୀଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସମସ୍ତଙ୍କ ଜୀବନ ଧାରାକୁ ମଙ୍ଗଳମୟ କରିଛି । ମନୁଷ୍ୟ ଜୀବନରେ ଖାଦ୍ୟ,ବସ୍ତ୍ର ଓ ବାସଗୃହ ଯେପରି ମୌଳିକ ଆବଶ୍ୟକତା ସେପରି ମଣିଷ ଜୀବନକୁ ମଙ୍ଗଳମୟ କରିବା ପାଇଁ ସତସଙ୍ଗ ଆଜିର ସମାଜରେ ଖୁବ୍ ପ୍ରାସଙ୍ଗିକ ହୋଇଛି । ଶ୍ରୀ ଅନୁକୂଳଚନ୍ଦ୍ର ଦ୍ୱାରା ପ୍ରତିଷ୍ଠିତ ସତସଙ୍ଗ ଆଶ୍ରମ ଶିକ୍ଷା, ସ୍ୱାସ୍ଥ୍ୟ,ସଂସ୍କୃତି ଓ ମାନବ କଲ୍ୟାଣ କାର୍ଯ୍ୟରେ ସମର୍ପିତ ହୋଇ ନିଜର ଗରିମାମୟ ପରିଚୟ ସୃଷ୍ଟି କରିଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ‘ସତସଙ୍ଗୀ’ ହେବାକୁ ପୁରୁଷୋତମ ଠାକୁର ଶ୍ରୀ ଅନୁକୂଳଙ୍କ ବାଣୀ ସମାଜରେ ସମାନତା ଓ ଆଧ୍ୟାତ୍ମିକତା ପ୍ରତିଷ୍ଠା ପାଇଁ ବଳିଷ୍ଠ ଯୋଗଦାନ କରିଆସିଛି । ଏକବିଂଶ ଶତାବ୍ଦୀରେ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରେରଣାରେ ରାଜ୍ୟ, ଦେଶ, ବିଶ୍ୱ ତଥା ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ରାସ୍ତା ତିଆରି  କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।