ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୩୨୮୦ରେ ପହଞ୍ଚିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ ୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୮, ବରଗଡରୁ ୭, ଯାଜପୁରରୁ ୭, ସମ୍ବଲପୁରରୁ ୫, ସମ୍ବଲପୁରରୁ ୫, ବାଲେଶ୍ୱରରୁ ୩, କଟକରୁ ୩, ଅନୁଗୁଳରୁ ୨, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ବଲାଙ୍ଗିରରୁ ୧, ଦେବଗଡରୁ୧, ଜଗତସିଂହପୁରରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧, ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।