ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାରେ ୨ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ରହସ୍ୟ ଉନ୍ମୋଚନ ପାଇଁ ୨ ଅଭିଯୁକ୍ତଙ୍କୁ ନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଉ ଏବେ ଭରତପୁର ଜଙ୍ଗଲରୁ ପୁଲିସ କଟାମୁଣ୍ଡ ଠାବ କରିଥିବା ଜଣାପଡ଼ିଛି। ଶରୀର ପଡ଼ିଥିବା ସ୍ଥାନର ୨ କିମି ଦୂରରେ କଟାମୁଣ୍ଡ ମିଳିଛି।କଟାମୁଣ୍ଡକୁ ବ୍ୟାଗରେ ପୁରାଇ ପୁଲିସ ଘଟଣାସ୍ଥଳରୁ ଆଣିବା ପରେ ପୋଷ୍ଟମୋର୍ଟମ ଲାଗି ପଠାଇ ଦେଇଛି। ମୁଣ୍ଡ ଓ ଗଣ୍ଡିର ଡିଏନଏ ପ୍ରୋଫାଇଲିଂ ହେବ। ଏଥିରୁ ଜବତ ମୁଣ୍ଡ ଓ ଗଣ୍ଡି ସମାନ ମହିଳାଙ୍କର କି ନୁହେଁ ଜଣାପଡ଼ିବ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମସ୍ତକ ବିହୀନ ମହିଳାଙ୍କ ମୃତଦେହ ଘଟଣାର ଫର୍ଦ୍ଦ ଖୋଲିବାରେ ଲାଗିଛି। ମୃତ ମହିଳାଙ୍କ ପରିଚୟ ମିଳିବା ପରେ ପୁଲିସର ଜୋରଦାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।