ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୯୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୪ଜଣ ଓ ସ୍ଥାନୀୟ ସଂକ୍ରମଣ ୩୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ ହଜାର ୮୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ରୁ ୧୪, ସୁନ୍ଦରଗଡ଼ରୁ ୧୧, କଟକରୁ ୯, ସମ୍ବଲପୁରରୁ ୮, ପୁରୀରୁ ୭, କେଉଁଝର ଓ ଖୋର୍ଦ୍ଧାରୁ ୬ ଲେଖାଏଁ, ବାଲେଶ୍ୱରରୁ ୫, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୪ ଲେଖାଏଁ, ଯାଜପୁରରୁ ୩, ବଲାଙ୍ଗିର, ବୌଦ୍ଧ, ମୟୁରଭଞ୍ଜ, ନୂଆପଡ଼ା ଓ ରାୟଗଡ଼ାରୁ ୨ ଲେଖାଏଁ, ଅନୁଗୁଳ, ଦେଓଗଡ଼, ଜଗତସିଂହପୁର, କୋରାପୁଟ ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୯ ଲକ୍ଷ ୩୦ ହଜାର ୭୨୯ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୫ ହଜାର ୮୮୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୧୩୯ ଜଣ ସୁସ୍ଥ ହୋଇଛନ୍ତି, ୧୯୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୮୭ ଜଣ ଚିକିତ୍ସିତ ହେଉଛନ୍ତି।