ଆଜିଠାରୁ ନବମ ଓ ଏକାଦଶ କ୍ଲାସ ଆରମ୍ଭ, ଦୈନିକ ୨ ଘଣ୍ଟା ପାଠପଢା

ଭୁବନେଶ୍ଵର,ଏନ୍ଏନ୍ଏସ୍: ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହେବ। କ୍ଲାସ ଆରମ୍ଭ ଆଜିଠୁ ହେଉଥିବା ବେଳେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ। ସୋମବାର ଠାରୁ ଶନିବାର ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢା ହେବ ଏବଂ ରବିବାର କ୍ଲାସ ବନ୍ଦ ରହିବ।

ସମସ୍ତ କୋଭିଡ ନିୟମ ପାଳନ କରି କ୍ଲାସ ଆରମ୍ଭ ହେବ। ପୂର୍ବ ସୂଚୀ ଅନୁସାରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ। କରୋନା ହେତୁ ଦୀର୍ଘ ମାସ ହେବ ସମସ୍ତ କଲେଜ ଓ ସ୍କୁଲ ବନ୍ଦ ରିହିଥିଲା।