ଭୁସ୍ଖଳନରେ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ଭୁସ୍ଖଳନରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି।

ଶ୍ରୀ ପଟ୍ଟନାୟକ ଟୁଇଟରରେ ଉତ୍ତରାଖଣ୍ଡରେ ଘଟିଥିବା ଭୁସ୍ଖଳନରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ଓ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଭଳି ଦୁଃଖଦ ସମୟରେ ଉତ୍ତରାଖଣ୍ଡ ଜନତାଙ୍କ ସହିତ ମୋର ଭାବାବେଗ ରହିଛି ଓ ସେମାନଙ୍କ ସୁରକ୍ଷିତ ଜୀବନ ପାଇଁ ପ୍ରାର୍ଥନା କରୁଛି।