୨୦ ଜିଲ୍ଲାରୁ ୭୦ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩, ୩୪, ୮୫୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୨ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୪ ହଜାର ୮୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡ଼ାରୁ ୧୧, ସୁନ୍ଦରଗଡ଼ରୁ ୯, ପୁରୀରୁ ୮, ସମ୍ବଲପୁରରୁ ୭, ଯାଜପୁରରୁ ୫, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡ଼ାରୁ ୪ ଲେଖାଏଁ, ଅନୁଗୁଳ ଓ ମୟୁରଭଞ୍ଜରୁ ୩ ଲେଖାଏଁ, ବରଗଡ଼ ଓ ଦେଓଗଡ଼ରୁ ୨ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୬ଲକ୍ଷ ୬୦ ହଜାର ୫୬୩ ହୋଇଥିବାବେଳେ ୩ଲକ୍ଷ ୩୪ ହଜାର ୮୫୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୩୧ ହଜାର ୬୬୭ ଜଣ ସୁସ୍ଥ ହୋଇଛନ୍ତି, ୧୯୦୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୨୪ଜଣ ଚିକିତ୍ସିତ ହେଉଛନ୍ତି।