ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ଭିତରେ ତୈଳ ଦର ଆକାଶ ଛୁଆଁ ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ନିକଟତର ହୋଇଥିବା ବେଳେ ଏନେଇ ଗାଡ଼ି ଚାଳକଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ଲକ୍ଷ କରି ରାଜ୍ୟ ସରକାର ବସ୍ ଭଡାରେ ବୃଦ୍ଧି କରିଛନ୍ତି। ଅର୍ଡିନାରୀ ବସ୍ ଭଡାରେ କିଲୋମିଟର ପ୍ରତି ୭୩ରୁ ୭୪ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡାରେ କିଲୋମିଟର ପିଛା ୭୬ରୁ ୭୭ ପଇସାକୁ, ଡିଲକ୍ସ ବସ୍ ଭଡାରେ କିଲୋମିଟର ପିଛା ୧୦୭ରୁ ୧୦୯ ପଇସାକୁ ଓ ଏସି ଡିଲକ୍ସ ବସ୍ ଭଡାରେ ୧୨୯ରୁ ୧୩୧ ପଇସାକୁ ବୃଦ୍ଧି ହୋଇଥିବା ଜଣାପଡ଼ିଛି।