ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି ୨୪ଟି ଜିଲ୍ଲାରୁ ୧୫୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯୩ଜଣ ଓ ସ୍ଥାନୀୟ ସଂକ୍ରମଣ ୬୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୭୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୦, ପୁରୀରୁ ୨୦, ସମ୍ବଲପୁରରୁ ୧୮, ବାଲେଶ୍ୱରରୁ ୧୨, ଅନୁଗୁଳରୁ ୮, ନୂଆପଡ଼ାରୁ ୯, ଅନୁଗୁଳ, ଖୋର୍ଦ୍ଧା ଓ ଯାଜପୁରରୁ ୮ ଲେଖାଏଁ, ବରଗଡ଼ରୁ ୭, ଜଗତସିଂହପୁର ଓ ଝାରରସୁଗୁଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୭୨୩ ହୋଇଥିବାବେଳେ ୩ଲକ୍ଷ ୩୦ ହଜାର ୫୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୭୧୭ ଜଣ ଚିକିତ୍ସିତ ହେଉଛନ୍ତି।