ଚଳିତ ମାସ ବାଜିବ ବରୁଣଙ୍କ ସାହାନାଇ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କ ଲଙ୍ଗଟାଇମ ଗାର୍ଲପ୍ରେଣ୍ଡ ନତାଶା ଦଲାଲଙ୍କୁ ଚଳିତ ମାସ ବିବାହ କରିବେ। ବରୁଣ ଓ ନତାଶାଙ୍କ ବିବାହ ଅଲୀବାଗର ଏକ ପଞ୍ଚ ତାରକା ହୋଟେଲରେ ହେବ। ଏଥିସହିତ ୨୦୦ ଜଣ ଅତିଥୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। କିନ୍ତୁ ବରୁଣ ଓ ନତାଶା କେଉଁ ତାରିଖରେ ବିବାହ କରିବେ ସେନେଇ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ବରୁଣ ଓ ଫ୍ୟାସନ୍ ଡିଜାଇନର ନତାଶାଙ୍କ ନିର୍ବନ୍ଧ ପୂର୍ବରୁ ହୋଇସାରିଛି। ନିକଟରେ କରିନା କପୁର ତାଙ୍କ ଶୋ’ ‘ହ୍ୱାଟ ୱିମେନ ୱାଣ୍ଟ’ରେ ନତାଶାଙ୍କୁ ବରୁଣଙ୍କ ‘ଭାବି ସ୍ତ୍ରୀ’ କହି ସମ୍ବୋଧିତ କରିଥିଲେ। ବରୁଣ ଓ ନତାଶାଙ୍କ ବିବାହ ୨୦୨୦ରେ ହେବା ନେଇ ପୂର୍ବରୁ ଖୁବ୍ ଚର୍ଚ୍ଚା ହୋଇଥିଲା।