ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପରୀର ମା’

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ପରୀ ହତ୍ୟାକଣ୍ଡ ମାମଲାରେ ନ୍ୟାୟ ପାଇବା ଲାଗି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପରୀର ମା’ ସୌଦାମିନୀ। ଘଟଣାର ସିବିଆଇ ତଦନ୍ତ ଦାବି କରି ସୌଦାମିନୀ ସୁପ୍ରିମକୋର୍ଟ ମୁହାଁ ହୋଇଛନ୍ତି।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ ପାଇଁ ଏସଆଇଟି କରିଥିବା ଆବେଦନର ଆଜି ଶୁଣାଣୀ ହୋଇଥିଲା। ସେଥିପାଇଁ ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା। ହେଲେ ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିଲା। ପୂର୍ବରୁ ଅଭିଯୁକ୍ତ ଜଣକ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା।