Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଡିବିରି ଭରସାରେ ଡୁବୁରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଡିବିରି ଭରସାରେ ଡୁବୁରୀ

ଦାରିଙ୍ଗବାଡ଼ି (ରାକେଶ କୁମାର ସାହୁ)
ଦେଶ ସ୍ୱାଧୀନତାର ୭୩ ବର୍ଷ ପରେ ଗ୍ରାମାଞ୍ଚଳର ବିକାଶକେତେଦୁର ହୋଇଛି ତାହାର ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ତାଜୁଙ୍ଗିଆ ପଞ୍ଚାୟତରଡୁବୁରି ଗାଁ’ରେ। ଏହି ଗାଁ’କୁ ନା ଅଛି ରାସ୍ତା, ନା ଅଛି ପିଇବା ପାଣି, ନା ଅଛି ବିଜୁଳି ଆଲୁଅ। ଏମିତିକି ଗାଁ’ରେ ଅଙ୍ଗନବାଡ଼ି କେନ୍ଦ୍ର  ଓ ବିଦ୍ୟାଳୟ ଟିଏ ମଧ୍ୟ ନାହିଁ। ଫଳରେ ନାହିଁ ନାହିଁରେ ଗାଁ’ ପାଲଟିଛି ଡୁବୁରି। ଚାରିପଟୁ ଘଞ୍ଚ ଜଙ୍ଗଲ ଘେର ମଧ୍ୟରେ ରହିଛି ଏହି ଗାଁ। ଏଠାରେ ୨୦ଟି ଆଦିବାସୀ ପରିବାରର ପ୍ରାୟ ୧୫୦ ଲୋକ ବସବାସ କରୁଛନ୍ତି।
ପଞ୍ଚାୟତର ସିକବାଡ଼ି ଗ୍ରାମର ପଡ଼ା ଗ୍ରାମ ହେଉଛି ଡୁବୁରି। ୨୦ଟି ଆଦିବାସୀ ପରିବାର ଦୀର୍ଘ ୩୫ ବର୍ଷଧରି ଡୁବୁରି ଗ୍ରାମରେ ରହିଆସୁଛନ୍ତି। ସିକବାଡ଼ି ଠାରୁ ୪୪ କିଲୋମିଟର ପଥୁରିଆ ବଣ ଜଙ୍ଗଲ ପାହାଡ଼ ଚଢ଼ି ଚାଲିଲା ପରେ ଡୁବୁରି ଗ୍ରାମରେ ପହଞ୍ଚିବାକୁ ହୁଏ।
ଗ୍ରାମବାସୀ ରାସନକାର୍ଡ଼ରେଟଙ୍କିକିଆ ଚାଉଳ ଓ କିରାସିନି ଆଣିବା ତଥା ସାପ୍ତାହିକ ହାଟ ସଉଦା ଆଣିବା ପାଇଁ ବହୁ କଷ୍ଟରେ ସିକବାଡ଼ିରେ ପହଞ୍ଚିବା ପରେ ଅଟୋ ଯୋଗେ ଗଦାପୁର ଯିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ରାସ୍ତା ନଥିବାରୁ ଜରୁରୀକାଳୀନ କାର୍ଯ୍ୟ ଅବା କୌଣସି ଲୋକଙ୍କ ଦେହ  ଖରାପ ହେଲେ ଗାଁ’କୁ ୧୨ କିମ୍ବା ୧୮ ଆମ୍ବୁଲାନ୍ସ ଆସିପାରେ ନାହିଁ। ଯାହାଫଳରେ ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବାକୁ ପଡ଼ିଥାଏ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଗତ ଅଗଷ୍ଟ ମାସ ୧୧ ତାରିଖରେ। ଗ୍ରାମର ନିକଦମ ମାଝୀଙ୍କ ସ୍ତ୍ରୀ ମିଖାନ୍ତୀ ମାଝୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଗ୍ରାମରୁ ଏକ ଖଟିଆରେ ବୋହି ନେବା ବେଳେ ଅଧା ରାସ୍ତାରେ ସେ ସେହି ଖଟିଆରେ ହିଁ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।
ଏହି ଭଳି ଅନେକ ଉଦାହରଣ ରହିଛି ବୋଲି କୁହନ୍ତି କାଲିମୁଣ୍ଡା ମାଝୀ ଓ ସନାତନ ସୁନା ମାଝୀ। ସେହିପରି ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଡୁବୁରି ଗ୍ରାମର ଛୋଟଛୋଟ ପିଲାମାନେ ମା’ମାନଙ୍କ ସହିତ ୨ମାସକୁ ଥରେ ପାହାଡ଼ ଚଢ଼ି ସିକବାଡ଼ି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥା’ନ୍ତି। ଗ୍ରାମରେ ପାନୀୟଜଳର ସୁବିଧା ନାହିଁ। ଖରା ଏବଂ ବର୍ଷା ଦିନେ ଗ୍ରାମବାସୀ ନଦୀ ନାଳର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଥିବା ଗ୍ରାମର ନିଶାନ୍ତୀ ମାଝୀ, ଆରତୀ ମାଝୀ, ସୁବାଜିନୀ ମୁଠାମାଝୀ, ଅନିତା ପ୍ରଧାନ କହିଛନ୍ତି। ଗୋଳିଆ ପାଣିପିଇବା ଦ୍ୱାରା ବିଭିନ୍ନ ସମୟରେ ଗ୍ରାମବାସୀ ନାନା ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏଯାଏ ବିଜୁଳି ଦେଖିପାରି ନାହାନ୍ତି ଗ୍ରାମବାସୀ। ବିଜୁଳି ଆଲୁଅ ନଥିବାରୁ ସଞ୍ଜ ନଇଁବା ଆଗରୁ ଗାଁ’ରେ ତାଟିକବାଟ ପଡ଼ିଯାଉଛି। ଗ୍ରାମବାସୀଙ୍କ ଏକ ମାତ୍ର ସାହା ଭରସା ହେଲା ଡିବିରି ଆଲୁଅ। ତେବେ ଡିବିରି ଆଲୁଅ ପାଇଁ କିରାସିନି ଦରକାର ହେଉଥିବା ବେଳେ ରାସନକାର୍ଡ଼ରେ ମିଳୁଥିବା କିରାସିନି ୫ରୁ୧୦ ଦିନ ମଧ୍ୟରେସରିଯାଉଛି। ଗ୍ରାମବାସୀ ଚଢ଼ା ଦରରେ କଳାବଜାରରେ କିରାସିନି କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଗ୍ରାମରେ ଶିକ୍ଷା ବ୍ୟବସ୍ଥା ପାଇଁ ବିଦ୍ୟାଳୟଟିଏ ନଥିବାରୁ ପିଲାଏ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ସ୍ୱାଧୀନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନଥିବା ଗ୍ରାମବାସୀ କୁହନ୍ତି।