Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବାକି ରହିଛି ୫୩୭୬କୋଟି ବିଦ୍ୟୁତ୍ ଦେୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବାକି ରହିଛି ୫୩୭୬କୋଟି ବିଦ୍ୟୁତ୍ ଦେୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବିଦ୍ୟୁତ୍ ଉତ୍ପାଦନରେ ଯଥେଷ୍ଟ ସକ୍ଷମ। ହେଲେ ବିତରକ ସଂସ୍ଥାଙ୍କ ସ୍ଥିତି ଦେଖିଲେ ଏଭଳି ମନେ ହୁଏ ନାହିଁ। ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍ ବିତରଣକୁ ଘରୋଇକରଣ କରାଯାଇଛି। ଗ୍ରୀଡ୍କୋ ହାତରୁ କ୍ଷମତା ଛଡ଼ାଇ ୪ଟି ପ୍ରମୁଖ ବିତରକ ସଂସ୍ଥାକୁ ଦାୟିତ୍ୱ ମିଳିଥିଲା। ସେଗୁଡ଼ିକ ହେଲେ ସେସୁ, ନେସ୍କୋ, ୱେସ୍କୋ ଓ ସାଉଥ୍କୋ। ଏମାନଙ୍କୁ ବିଦ୍ୟୁତ୍ ଯୋଗାଇବା କାମ ଗ୍ରୀଡ୍କୋ ହାତରେ ନ୍ୟସ୍ତ କରାଗଲା। କିନ୍ତୁ ୧୯୯୮ ମସିହାରେ ହୋଇଥିବା ସଂସ୍କାର ପରେ ରାଜ୍ୟରେ କ୍ରମାଗତ ଭାବେ ବିଦ୍ୟୁତ୍ଗତ ପ୍ରଦର୍ଶନ କମିବାରେ ଲାଗିଛି। ଏହି ସଂସ୍ଥାଗୁଡ଼ିକ ଋଣ ନେଇ ବେପାର କରୁଛନ୍ତି।

ବିଧାନସଭାରେ ପ୍ରଶ୍ନକାଳରେ ଆଗତ ତଥ୍ୟ ମୁତାବକ ରାଜ୍ୟରେ ବିଜୁଳି ପରିବହନ ଓ ବଣ୍ଟନଜନିତ କ୍ଷତି କମାଇବା ପାଇଁ ଗ୍ରୀଡ୍କୋ କ୍ୟାପେକ୍ସ କାର୍ୟ୍ୟ ବାବଦରେ ୨୦୧୦ରୁ ୨୦୧୭ ମଧ୍ୟରେ ୮୭୭କୋଟି ୪୯ଲକ୍ଷ ଟଙ୍କାର ଋଣ ନେଇସାରିଲାଣି। ତେବେ ଏଥିମଧ୍ୟରୁ କେନ୍ଦ୍ର ସରକାର ୪୫୦କୋଟି ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୪୨୭କୋଟି ୪୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଦ୍ୟୁତ୍ ବିତରକ ସଂସ୍ଥାଗୁଡ଼ିକର ସର୍ବକାଳୀନ ଋଣ ଆକାଶଛୁଆଁ। ବିଶ୍ୱ ବ୍ୟାଙ୍କ୍ ସମେତ ଅନ୍ୟ ସଂସ୍ଥାରୁ ମଧ୍ୟ ବିତରକ ସଂସ୍ଥାଗୁଡ଼ିକୁ ଋଣ ଦିଆଯାଇଛି। ଏଯାବତ୍ ଋଣର ପରିମାଣ ୫୩୭୬ କୋଟି ୯୪ ଲକ୍ଷ ଟଙ୍କାରେ ପହଞ୍ଚିସାରିଛି।
ଋଣର ଭାର ଏତେ ଅଧିକା ଯେ ପର୍ୟ୍ୟାୟକ୍ରମେ ଋଣ ପ୍ରଦାନ ନହେଲେ ସଂସ୍ଥା ବନ୍ଦ ହେବାର ପରିସ୍ଥିତି ମଧ୍ୟ ଉପୁଜୁଛି।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସବିଶେଷ ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ବଣ୍ଡ ମାଧ୍ୟମରେ ଏହି ସଂସ୍ଥାକୁ ଋଣ ଆକାରରେ ୧୧୦୨ କୋଟି ଟଙ୍କା ପ୍ରଦାନ କରିଥିଲେ। ଏବେ ଏହା ମୂଳଧନଠାରୁ ଅଧିକ ହେଲାଣି। ସୁଧ ଓ ମୂଳଧନ ମିଶି ଏହି ବାବଦ ରାଜ୍ୟ ସରକାର ୧୩୧୦କୋଟି ପାଇବେ। ଏହି ଋଣର ସୁଧ ହାର ରହିଛି ୮.୫ ପ୍ରତିଶତ। ସେହିଭଳି ୧୩ ପ୍ରତିଶତ ସୁଧ ହାରରେ ଆସିଥିବା ୧୨୦କୋଟି ଟଙ୍କାର ମୂଳଧନ ଋଣକୁ ମିଶାଇ ୪୧୬ କୋଟି ୬୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ୧୦.୫ ପ୍ରତିଶତ ସୁଧ ହାରରେ ମିଳିଥିବା ୪୨ କୋଟି ଟଙ୍କାର ଋଣ ଏବେ ୧୨୨କୋଟି ୯୭ଲକ୍ଷ, ୮୮୭ କୋଟି ଟଙ୍କାର ଋଣ ଏବେ ୯୪୧କୋଟି ୭୬ ଲକ୍ଷ ଓ ୮୧୫ କୋଟି ଟଙ୍କାର ଋଣ ଏବେ ୨୫୬୮ କୋଟି ୧୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅର୍ଥାତ ଋଣ ରାଶିଠାରୁ ପଇଠ ରାଶି ଦ୍ୱିଗୁଣା ହେବା ଉପରେ ହେଲାଣି। ଗ୍ରୀଡ୍କୋ ଏବେ ଏକ ପ୍ରକାରର ଦେବାଳିଆ। ଗ୍ରୀଡ୍କୋ ନେଉଥିବା ଋଣର କିଛି ଅଂଶ ବିତରକମାନଙ୍କୁ ଦେଇ ବାକି ଅର୍ଥ ନିଜ ପାଖରେ ରଖୁଛି। ହେଲେ ମୁଣ୍ଡ ଉପରେ ସିନା ଋଣ ଭାର ବଢ଼ୁଛି ହେଲେ ସ୍ଥିତିରେ ବିକାଶ ଦେଖାଦେଉନି। ବିଗତ ଦିନରେ ବିତରକ କମ୍ପାନୀଗୁଡ଼ିକ ଋଣ ରାଶିର ଅଧା ଟଙ୍କା ଦେବାକୁ ମଧ୍ୟ ଅସମର୍ଥ ହୋଇଛନ୍ତି। ସେ ଅନୁମାନ କରି କହିଛନ୍ତି ଯେ ଯେଉଁ ଋଣ ରାଶି ଏବେ ବିତରଣକାରୀ ସଂସ୍ଥାଙ୍କ ଉପରେ ପଡ଼ିରହିଛି ତାହାର ୯୦ ପ୍ରତିଶତ କେବଳ ଉପଭୋକ୍ତାଙ୍କ ବାକି ଦ୍ୱାରା ଶୁଝାଯାଇପାରିବ।

ଅନ୍ୟପକ୍ଷରେ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ ଟ୍ରାନ୍ସମିସନ୍ ଓ ସବ୍ ଟ୍ରାନ୍ସମିସନ୍ ଲାଇନଗୁଡ଼ିକ ଅପେକ୍ଷାକୃତ ଦୁର୍ବଳ। ତେଣୁ ପରିଚାଳନାଗତ ତ୍ରୁଟି ସହ ଏଭଳି ଭିତ୍ତିଭୂମି ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବା ଦରକାର। ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଆବାହକ ରବି ବେହେରା ଏହା ସମ୍ବନ୍ଧରେ ନିଜର ମତ ରଖି କହିଛନ୍ତି ଯେ, ରାଜ୍ୟରେ ୫ଟି କମ୍ପାନୀ ବିଦ୍ୟୁତ୍ ଉତ୍ପାଦନର ଦାୟିତ୍ୱରେ ଅଛନ୍ତି। ସରକାରଙ୍କ ସହ ଏମାନଙ୍କର ତାଳମେଳ ରହୁନି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ପରିବହନଜନିତ କ୍ଷତି ଅନ୍ୟ ରାଜ୍ୟ ତୁଳନାରେ ବହୁମାତ୍ରାରେ ଅଧିକ। ଆନୁମାନିକ ଭାବେ ଏହା ୩୦ରୁ ୩୨ପ୍ରତିଶତ। ଅର୍ଥାତ୍ ବିଦ୍ୟୁତ୍ ପରିବହନ ବେଳେ ହିଁ ଏହାର ଏକ ପ୍ରମୁଖ ଭାଗ ନଷ୍ଟ ହେଉଛି। ଯଦି ପରିବହନ ଜନିତ କ୍ଷତିକୁ ଏକ ପ୍ରତିଶତ କମାଇ ଦିଆଯାଏ ତେବେ ବର୍ଷକୁ ୭୦ରୁ ୭୫ ଲକ୍ଷ ଟଙ୍କା ବଞ୍ଚାଇହେବ। କେବଳ ଭିତ୍ତିଭୂମିର ବିକାଶ କରି ବିଦ୍ୟୁତ୍ ଋଣରୁ ନିସ୍ତାର ମିଳିପାରିବ ବୋଲି ସେ ମତ ରଖିଛନ୍ତି।