ରାଜ୍ୟରେ ଆଜି ସୁସ୍ଥ ହେଲେ ୩୭୧ କରୋନା ରୋଗୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୨୩୭୪୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୩୮ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୁଳ ଜିଲ୍ଲାରୁ ୩୨, ବଲାଙ୍ଗିରରୁ ୨୮, କଟକରୁ ୨୮, ସମ୍ବଲପୁରରୁ ୨୭, କେନ୍ଦୁଝରରୁ ୨୦, ବାଲେଶ୍ୱରରୁ ୧୬, ମୟୂରଭଞ୍ଜରୁ ୧୬, ନୂଆପଡାରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡାରୁ ୯, ବରଗଡରୁ ୮, ଝାରସୁଗୁଡାରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଭଦ୍ରକରୁ ୫, ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୩, ନବରଙ୍ଗପୁରରୁ୩ , ପୁରୀରୁ ୩, ରାୟଗଡାରୁ ୩, ମାଲକାଲନଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।