ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେବେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅବସର ପରେ ତାଙ୍କ ସ୍ଥାନ ନେବେ ସୁରେଶ ଚନ୍ଦ୍ର ମହାପାତ୍ର। ଅସିତ ତ୍ରିପାଠୀ ହେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହେବେ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶ ଦାତା, ଆଞ୍ଚଳିକ ବିକାଶ, ପର୍ଯ୍ୟଟକ, କୃଷିଭିତ୍ତିକ ବ୍ୟବସାୟ, ଶିଳ୍ପର ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି।

ଡିସେମ୍ବର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ତେବେ ବର୍ତ୍ତମାନ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ନୟନ କମିସନର ଅଛନ୍ତି। ତାଙ୍କ ପରେ ପ୍ରଦୀପ କୁମାର ଜେନା ଉନ୍ନୟନ କମିସନର ହେବେ।