Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଯୋଡ଼ା ଟ୍ରକ୍ ମାଲିକ ସଂଘ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଯୋଡ଼ା ଟ୍ରକ୍ ମାଲିକ ସଂଘ

କେନ୍ଦୁଝର,ଏନ୍‌ଏନ୍‌ଏସ୍‌: ସିରାଜୁଦ୍ଦିନ କମ୍ପାନୀର ବଲଦା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଚାଲିଥିବା ଧାରଣାକୁ ଘୋର ବିରୋଧ କରିଛି ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ। ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଲୁହାପଥର ପରିବହନ କାର୍ଯ୍ୟ ଆରମ୍ଭ କରିବାକୁ ମାଟୋଆ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛି ।

ମାଟୋଆର ସଭାପତି ଚତୁର୍ଭୁଜ ପଲେଇ, ସମ୍ପାଦକ ସତ୍ୟପ୍ରିୟ ବାରିକ, ଉପଦେଷ୍ଟା ସରୋଜ ପ୍ରହରାଜ, ସଦସ୍ୟ ହିମାଂଶୁ ମହାନ୍ତି ଓ ହେମନ୍ତ କୁମାର ସାହୁ ଆଜି ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି । ସେମାନେ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଯୋଡ଼ା ଖଣି ସର୍କଲରେ ବିଭିନ୍ନ ଖଣିର ଲିଜ୍ ସରିଥିଲେ ମଧ୍ୟ ଖଣି କାର୍ଯ୍ୟ ଆଶାଜନକ ଭାବେ ଆରମ୍ଭ ହୋଇନାହିଁ । କେତେକ ଖଣିରେ ଖୁବ୍ ପରିମାଣର ଲୁହାପଥର ଉତ୍ତୋଳନ ହୋଇଥିବା ବେଳେ ଆଉ କେତେକ ଖଣିରେ ପରିବହନ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ । ଯୋଡ଼ା ଖଣି ଅଞ୍ଚଳର ପ୍ରାୟ ୪୫୦୦ ଟିପ୍ପର ଏହି ସବୁ ଖଣର ପରିବହନ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଟିପ୍ପର ଗୁଡ଼ିକ ବିଭିନ୍ନ ପ୍ଳାଣ୍ଟ ଓ ରେଳବାଇ ସାଇଡିଂକୁ ଲୁହାପଥର ପରିବହନ କରିଥା’ନ୍ତି । କୋଭିଡ ଯୋଗୁଁ ଲକ୍‌ଡାଉନ୍ ଘୋଷଣା ପରେ ଟିପ୍ପର ଗୁଡ଼ିକ ଛଡ଼ା ହୋଇ ରହିଛି । ଏବେ କିଛି କିଛି ଖଣି କାମ ଆରମ୍ଭ ହୋଇଥିଲେ ମଧ୍ୟ ୭୦ ଭାଗ ଟିପ୍ପରକୁ କାମ ମିଳିନାହିଁ । ପରିବହନ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ବହୁ ଟିପ୍ପର ମାଲିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଅନେକ ମାଲିକ ରୋଜଗାର ଶୂନ୍ୟ ହୋଇ ପଡ଼ିଛନ୍ତି ।

ସିରାଜୁଦ୍ଦିନ କମ୍ପାନୀର ବଲଦା ଖଣିରୁ ପ୍ରାୟ ୧୫୦୦ ଟିପ୍ପର ନିୟମିତ ଲୋଡିଂ ପାଇଥାନ୍ତି । ଗତ ନଭେମ୍ବର ପହିଲାରୁ ଏହି ଖଣିରୁ ଗୋଟିଏ ଟ୍ରକ୍ ମାଲ୍ ବି ପରିବହନ ହୋଇନାହିଁ । ନିକଟରେ କମ୍ପାନୀ ପକ୍ଷରୁ ଲୁହାପଥର ପରିବହନ ପାଇଁ ପଦକ୍ଷେପ ନିଆଯାଇଥିଲା । କମ୍ପାନୀ କିଛି ସ୍ଥାନୀୟ ଟ୍ରାନ୍ସପୋର୍ଟର୍ସଙ୍କ ମଧ୍ୟରେ ପରିବହନ କାମ ବାଣ୍ଟି ଦେଇଥିଲା । ହେଲେ ଅନ୍ୟ ଏକ ଟ୍ରାନ୍ସପୋର୍ଟର୍ସ ଗୋଷ୍ଠୀ ତାହାକୁ ବିରୋଧ କରି ଖଣି ସମ୍ମୁଖରେ ଧାରଣା ଦେଇଛନ୍ତି । ଫଳରେ ପରିବହନ କାମ ଆରମ୍ଭ ହୋଇପାରୁ ନାହିଁ । ତେଣୁ ଏଭଳି ଏକ ସମସ୍ୟାରେ ସରକାର ହସ୍ତକ୍ଷେପ କରି ଯୋଡ଼ା ଖଣି ମଣ୍ଡଳରେ ଖଣି କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ପଦକ୍ଷେପ ନେବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଆଟୋଆ ପକ୍ଷରୁ ମଧ୍ୟ ଅନ୍ୟ ଦୁଇଟି ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦିଆଯାଇ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ ବଲଦା ଖଣିରୁ ଗତ ୧୫ ତାରିଖରୁ ପରିବହନ କାମ ଆରମ୍ଭ କରିବାକୁ ସିରାଜୁଦ୍ଦିନ କମ୍ପାନୀ ସମସ୍ତ ପ୍ରସ୍ତୁତି ସାରିଥିଲା । ତାହା ପୂର୍ବରୁ କମ୍ପାନୀ ବଲଦା, ପଲ୍‌ସା, ବଡ଼ କାଳିମାଟି ଓ ନୟାଗଡ଼ର ଟାନ୍ସପୋର୍ଟର୍ସଙ୍କ ମଧ୍ୟରେ ସମାନ ଭାବରେ ୨୫ ପ୍ରତିଶତ ହାରରେ ପରିବହନ କାମ ବାଣ୍ଟି ଦେଇଥିଲା । କିନ୍ତୁ ବଲଦା ପଞ୍ଚାୟତର କିଛି ଲୋକ କୁଚକ୍ରୀ ଗୋଷ୍ଠୀର ପ୍ରରୋଚନାରେ ୮୦ ଭାଗ ପରିବହନ କାମ ଦାବି କରୁଛନ୍ତି । ସେମାନେ ଏହି ଦାବିରେ ଆଜିକୁ ୧୦ ଦିନ ହେଲା ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ବସିଛନ୍ତି । ଧାରଣା ଯୋଗୁଁ ରାଜ୍ୟ ସରକାର ଦୈନିକ ୧୮.୭୫ କୋଟି ହାରରେ ଆଜି ସୁଦ୍ଧା ପ୍ରାୟ ୧୯୦ କୋଟି ଟଙ୍କା ହରାଇ ସାରିଲେଣି । କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ବାମବେରୀ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କିଛି ପଦକ୍ଷେପ ନେଇନାହିଁ । ପଲ୍‌ସା, ବଡ଼ କାଳିମାଟି ଓ ନୟାଗଡ଼ର ଲୋକେ ଯୋଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଯାଇ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଆପତ୍ତି ଜଣାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନୀରବ ରହିଛି । ତେଣୁ ଯୋଡ଼ାର ଟ୍ରକ୍ ମାଲିକ ସଂଘ ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଦାବିପତ୍ର ଦେଇଛି।