Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୮ରୁୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୮ରୁୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୮ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେହାଲ ହୋଇପଡ଼ିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏପରିକି ୪ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ମଧ୍ୟ ଦିଆଯାଇଛି। ସେହିପରି ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଲାଗି ରହିଥିବା ବର୍ଷା କାରଣରୁ ବିଭିନ୍ନ ଜଳଭଣ୍ଡାରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଋଷିକୂଲ୍ୟା ଓ ଧନେଇ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆସିକା, ହିଞ୍ଜିଳି, କବିସୂର୍ଯ୍ୟନଗର ଆଦି ସ୍ଥାନରେ ବିଭିନ୍ନ ପୋଲ ଉପରେ ପାଣି ଚାଲୁଛି । ଏହାକୁ ନଜରରେ ରଖି ସମସ୍ତ ସ୍କୁଲ ଓ ଅଙ୍କନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଶିକ୍ଷକମାନେ ସ୍କୁଲକୁ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କୋରାପୁଟ ଲମତାପୁଟର ଜଲାପୁଟ ଜଳଭଣ୍ଡାରର ୩ଟି ଗେଟ୍ ଖୋଲାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୨୭୪୮.୬୮ ମିଟର୍‌ ଓ ଜଳଭଣ୍ଡାରର ବିପଦ ସଂକେତ ରହିଛି ୨୭୫୦ ମିଟର୍‌ । ସେହିପରି ଇନ୍ଦ୍ରାବତୀ ନଦୀର ଉପରେ ଥିବା ଦୁଇଟି ଡ୍ୟାମ୍‌ରେ ଜଳ ପତ୍ତନ ବୃଦ୍ଧି ପାଇବାରୁ ୪ଟି ଗେଟ୍‌ ଖୋଲାଯାଇଛି । ଇନ୍ଦ୍ରାବତୀ ଡ୍ୟାମ୍‌ ଓ ମୁରାନ୍‌ ଡ୍ୟାମ୍‌ର ଦୁଇଟି ଲେଖାଏଁ ଗେଟ୍‌ ଖୋଲି ଦିଆଯାଇଛି । ଡ୍ୟାମ୍‌ ଭିତରକୁ ୮୨୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ୮୨୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଏହା ସହିତ ମାଛ କୁଣ୍ଡରେ ମଧ୍ୟ ସମାନ ସ୍ଥିତି ଉପୁଜିବାରୁ ୮ଟିରୁ ୪ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ ଭିତରକୁ ୨୨ ରୁ ୨୩ ହଜାର କ୍ୟୁସେକ୍‌ ଜଳ ପଶୁଥିବାବେଳେ ୧୨ ହଜାର କ୍ୟୁସେକ୍‌ ଜଳ ବାହାରୁଛି।