ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣରେ ସୁଧାର ଆସୁନଥିବା ବେଳେ ଦୈନିକ କରୋନାରେ ୩-୪ ଜଣଙ୍କ ପ୍ରାଣ ଯାଉଛି। ଏହି ପରିପ୍ରେକ୍ଷୀରେ ପୁଣି ଆଉ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ସୂଚନା ଅନୁଯାୟୀ ରାଜ୍ୟରେ ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮୪୬କୁ ବୃଦ୍ଧି ପାଇଛି। ତେବେ ଏହି ନୂଆ କରୋନା ମୃତକଙ୍କ ମଧ୍ୟରେ ବାଲେଶ୍ୱର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି।