Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରତିଦିନ ଲୋକଙ୍କ ପାଇଁ କାମ କରିବାକୁ ନବୀନଙ୍କ ଆଦ୍ୱାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରତିଦିନ ଲୋକଙ୍କ ପାଇଁ କାମ କରିବାକୁ ନବୀନଙ୍କ ଆଦ୍ୱାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜନୀତିକ ବିଷାରଦମାନେ ପ୍ରଥମରୁ ଯାହା ଆଶଙ୍କା କରୁଥିଲେ, ତାହା ହିଁ ହେଲା। ବିଜେପି ନେତୃତ୍ତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଏଣିକି ବିଜେଡି ପରୋକ୍ଷ ନୁହେଁ, ସମ୍ମୁଖ ଲଢ଼େଇ କରିବ। ଏହି ଆଭାସ ବିଜେଡି ଯୁବ ଓ ଛାତ୍ର କାର୍ଯ୍ୟକାରିଣୀରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ। ରବିବାର ରାଜ୍ୟ କାର୍ଯ୍ୟକାରିଣୀରେ ସେ ତାହାକୁ ଆହୁରି ସ୍ପଷ୍ଟ କରିଦେଇଛନ୍ତିି। ଏହି ବୈଠକରେ ୯ ପ୍ରସ୍ତାବ ପାରିତ ହେବା ସହ ଦଳ ସମ୍ବିଧାନର ୯ଟି ଧାରାକୁ ସଂଶୋଧନ କରାଯାଇଛି। ଲଢେଇରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍ଏସ୍ପି ବୃଦ୍ଧି ଓ ମହିଳା ସଶକ୍ତୀକରଣ ପାଇଁ ଲୋକସଭାରେ ୩୩% ସଂରକ୍ଷଣ ଦାବି ପ୍ରମୁଖ ରହିବ।
ବିଜେଡିର ଏବେ ‘ଯୁଦ୍ଧଂ ଦେହି ଡାକରା’। ଅନେକ ପ୍ରସଙ୍ଗକୁ ନେଇ ଖସଡ଼ା ପ୍ରସ୍ତୁତ କରିଛି ଦଳ । କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଦଳ ସୂଚନା ଦେଇଛି। ରବିବାର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣି ଥରେ କହିଥିଲେ,ବିଜେଡି ହେଉଛି ଲୋକଙ୍କ ଦଳ, ଲୋକଙ୍କ ସେବାରେ ସମର୍ପିତ। ପ୍ରତିଦିନ ଲୋକଙ୍କ କାମ କରିବାକୁ ହେବ। କାର୍ଯ୍ୟକାରିଣୀରେ କର୍ମକର୍ତ୍ତାମାନେ ଏହାକୁ ଗୁରୁତ୍ୱ ଦେବା ଦରକାର।

କେନ୍ଦ୍ର ସରକାରଙ୍କ ବିରୋଧରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ବିଷୋଦ୍ଗାର କରିଥିଲେ। ସେମାନେ ୯ଟି ପ୍ରସ୍ତାବ ଆଗତ କରିବା ସହ କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ବୋଲି ମତ ରଖିଥିଲେ। ସେମାନେ କହିଥିଲେ, କେନ୍ଦ୍ର ସରକାରଙ୍କ ଏଭଳି ମନୋଭାବ ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ଯୋଗୁଁ ରାଜ୍ୟରେ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି। ଆଗକୁ ବି ଜାରି ରହିବ। ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକଭାବେ ମୁକାବିଲା କରିପାରିଛନ୍ତି। ସେହିପରି କୃଷି ଓ କୃଷକଙ୍କୁ ଅଗ୍ରାଧିକାର ତଥା ସାମଗ୍ରୀକ ବିକାଶ ପାଇଁ ବିଜେଡି ସଦାସର୍ବଦା କାର୍ଯ୍ୟ କରିଆସିଛି। ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍ଏସ୍ପି ପାଇଁ ଲଢ଼େଇ ଜାରି ରହିବ। ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ସଂପୂର୍ଣ୍ଣ ହକ୍ଦାର। କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ୱେ ବାରମ୍ବାର ପ୍ରତାରଣାକରୁଛି। ତେଣୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଦଳ ଦାବି ଉପସ୍ଥାପନ ଜାରି ରଖିବ।

ମହିଳା ସଶକ୍ତୀକରଣ ପାଇଁ ରାଜନୈତିକ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି। ରାଜ୍ୟରେ ପଞ୍ଚାୟତବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି ହୋଇଛି। ଏହି ବୈଠକରେ ମଧ୍ୟ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତାବ ଅନୁମୋଦିତ ହୋଇଛି। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି ହୋଇଛି। କେବଳ ସେତକି  ନୁହେଁ ଓଡ଼ିଶାର ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବାକୁ ପ୍ରସ୍ତାବ କରାଯାଇଛି। ବରପୁତ୍ରଙ୍କର ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତୀକରଣ ପାଇଁ ପ୍ରସ୍ତାବ ହୋଇଛି। ଦଳର ବିଭିନ୍ନ ସାମୁଖ୍ୟ ତରଫରୁ ମଧ୍ୟ ସେମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ କିଭଳି ପଛୁଆ ବର୍ଗଙ୍କ ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ବୋଲି ସେମାନେ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ସେ କହିଥିଲେ, ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବା ସହ ଦଳର ସଦସ୍ୟଙ୍କ ସଂଖ୍ୟା ୧କୋଟିରୁ ଅଧିକରେ ପହଞ୍ଚିଛି । ଦଳ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥାବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଠିଆ ହୋଇଛି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ। ସାରା ରାଜ୍ୟରେ ବିଜେଡି ତଥା ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ହେବ। ପରେ ସେ ୯ ପ୍ରସ୍ତାବ ପାରିତ ହେବା ସହ ବିଜେଡି ସମ୍ବିଧାନର ୯ ଧାରାକୁ ସଂଶୋଧନ କରାଯାଇଛି ବୋଲି ଘୋଷଣା କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକାରିଣୀରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରି ସଭାକୁ ଆନୁଷ୍ଠାନିକ ଭାବେ ସମାପନ କରିଥିଲେ ପ୍ରଣବ ପ୍ରକାଶ ଦାସ। ଉକ୍ତ କାର୍ଯ୍ୟକାରିଣୀରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ପ୍ରମିଳା ମଲ୍ଲିକ, କିଶୋର କୁମାର ମହାନ୍ତି, କଳିକେଶ ନାରାୟଣ ସିଂହଦେଓ, ରମେଶ ଚନ୍ଦ୍ର ମାଝୀ, ଚନ୍ଦ୍ରଶେଖର ସାହୁ, ଡଃ. ସସ୍ମିତ ପାତ୍ର ଏବଂ ଦଳର ଗଣମାଧ୍ୟମ ଓ ଯୋଗାଯୋଗ ସାଧାରଣ ସମ୍ପାଦକ ମାନସରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

୯ଟି ପ୍ରସ୍ତାବ ପାରିତ

୧. ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି
୨. ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍ଏସ୍ପି ବୃଦ୍ଧି
୩. କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ବିରୋଧରେ ଲଢ଼େଇ
୪. ମହିଳା ସଶକ୍ତୀକରଣ ପାଇଁ ଲୋକସଭାରେ ୩୩% ସଂରକ୍ଷଣ ଦାବି
୫. ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତୀକରଣ
୬. ଓଡ଼ିଶୀ ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି
୭. ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକୁ ଲୋକଙ୍କ ନିକଟକୁ ପହଞ୍ଚା ଯିବ
୮. ଖଣି ରୟାଲଟି ବୃଦ୍ଧି ପାଇଁ ଦାବି
୯. ସଭ୍ୟ ସଂଗ୍ରହ ସଂଖ୍ୟା ହେବ ଏକ କୋଟି