ରାଜଧାନୀରୁ ଆଉ ୩୮ ପଜିଟିଭ ଚିହ୍ନଟ, ୨୮ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ଆଉ ୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୩୪୦ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ନୂଆ ୩୮ କରୋନା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରର ୧୧ ଜଣ ଓ ସ୍ଥାନୀୟ ଅଞ୍ଚଳର ୨୭ ଜଣ ରହିଛନ୍ତି।

ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ହଜାର ୭୧୮ ଜଣ ସୁସ୍ଥ ହୋଇଥିବା ବେଳେ ସେଥିରୁ ୨୮ ଜଣ ଆଜି ସୁସ୍ଥ ହୋଇଛନ୍ତି। ସେହିପରି ଆଜି ସୁଦ୍ଧା ୨୩୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭୦ ଜଣ ସକ୍ରିୟ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଟୁଇଟ ଜରିଆରେ ସୂଚନା ଜାରି କରାଯାଇଛି।