ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ବହୁ ମାତ୍ରାରେ ହ୍ରାସ ପାଉଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ୪୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୧୮ ହଜାର ୬୮୩ରେ ପହଞ୍ଚିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୫୨, ଅନୁଗୁଳରୁ ୩୪, କଟକରୁ ୨୯, ବଲାଙ୍ଗିରରୁ ୨୭, ବରଗଡ଼ରୁ ୨୩, ଯାଜପୁରରୁ ୨୧, ପୁରୀରୁ ୧୯, ମୟୂରଭଞ୍ଜରୁ ୧୭, ଜଗତସିଂହପୁରରୁ ୧୪, ଝାରସୁଗୁଡ଼ାରୁ ୧୨, ଦେବଗଡ଼ରୁ ୧୧, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୯, ନୂଆପଡ଼ାରୁ ୯, ଭଦ୍ରକରୁ ୮, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, କେନ୍ଦୁଝରରୁ ୬, ନୟାଗଡ଼ରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩ ଏବଂ ଢ଼େଙ୍କାନାଳ, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।

ଫଳରେ ବର୍ତ୍ତମାନ ରାଜ୍ୟରେ ଆଉ ୨ ହଜାର ୮୨୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।