ଆରବିଏସକେ ଯୋଜନାର ସଫଳତା, ଶ୍ରବଣ ଶକ୍ତି ଫେରିପାଇଲେ ଦୁଇ ଝିଅ
ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରୁ ୫.୨ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ବହନ କରିଛି
ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦୁଇ ଝିଅଙ୍କ ଜୀବନରେ ନୂଆ ଆଶାର ସଞ୍ଚାର ଆଣିଛି। ଦୁଇ ଝିଅ ଶ୍ରବଣ ଶକ୍ତି ହରାଇଥିଲେ। ଏହି ଦୁଇ ଝିଅଙ୍କ ଏମ୍ସ ଭୁବନେଶ୍ୱରଠାରେ କକେଲାୟାର ଚିକିତ୍ସା କରାଯାଇଛି। ଫଳରେ ଦୁଇ ଝିଅ ଶ୍ରବଣ ଶକ୍ତି ଫେରିପାଇଛନ୍ତି। ବର୍ତ୍ତମାନ ସେମାନଙ୍କ ମୁହଁରେ ହସର ଛାୟା ଖେଳିଯାଇଛି।
ଏହି କକେଲାଇୟାର ପ୍ରତିରୋପଣ ଚିକିତ୍ସା ସାଧାରଣତଃ ବ୍ୟୟ ବହୁଳ। ଏହି କକେଲାଇୟାର ପ୍ରତିରୋପଣ ଚିକିତ୍ସା କରିବା ଜଣେ ସାଧାରଣ ଓ ଗରିବ ଲୋକଙ୍କ ପାଇଁ ସହଜ କଥା ନୁହେଁ। ହେଲେ ଏହି ଯୋଜନା ଦୁଇ ଝିଅଙ୍କ ଜୀବନରେ ନୂଆ ସମ୍ବାବନା ସୃଷ୍ଟି କରିଛି। କୋରାପୁଟ ଜିଲ୍ଲାର ଦାମନଯୋଡ଼ି ବଳଭଦ୍ର ଜାନିଙ୍କ ୪ବର୍ଷର ଝିଅ କୌଶଲ୍ୟା ଜାନି ଓ ବୋରିଗୁମା ବ୍ଲକ୍ ଶଶାହାଣ୍ଡିର ଲିଙ୍ଗରାଜ ନାୟକଙ୍କ ୫ବର୍ଷର ଝିଅ ସନ୍ଧ୍ୟାରାଣୀ ନାୟକଙ୍କୁ ଏହି ପ୍ରତିରୋପଣ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରୁ ୫.୨ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ବହନ କରିଛି।
