ଓଡ଼ିଶା ଛାତ୍ର କଂଗ୍ରେସରେ ନୂଆ ସଭାପତି ନିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଓଡ଼ିଶା ଛାତ୍ର କଂଗ୍ରେସକୁ ମିଳିଲା ନୂଆ ମୁଖିଆ। ଏନଏସୟୁଆଇ(ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ)ରେ ଓଡ଼ିଶା ଶାଖାରେ ନୂଆ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତି ମିଳିଛି। ଏଆଇସିସି ସଭାପତିଙ୍କ ଅନୁମୋଦନକ୍ରମେ ନୱାଜଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ସହ ମୁମ୍ବାଇ ଛାତ୍ର କଂଗ୍ରେସର ସଭାପତି ଭାବେ ପ୍ରଦ୍ୟୁମ୍ନ ଯାଦବ ନିଯୁକ୍ତ ହୋଇଛନ୍ତି।