ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ସୂଚନା ମିଳିଛି। ଏନେଇ ମନୋଜ ଦାସଙ୍କ ପୁତୁରା ବୋହୂ ରଞ୍ଜିତା ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସେ କଥାବାର୍ତ୍ତା କରୁଛନ୍ତି, ମାତ୍ର ଦୁର୍ବଳ ହୋଇପଡ଼ିଛନ୍ତି। ଆଗ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି। ପୁତୁରା ବୋହୂ ରଞ୍ଜିତା ପଣ୍ଡିଚେରୀରେ ମନୋଜ ଦାସଙ୍କ ପାଖରେ ଅଛନ୍ତି। ମନୋଜ ଅସୁସ୍ଥ ହେବା ନେଇ କିଛି ଦିନ ତଳେ ଖବର ଆସିଥିଲା।