ରାଜ୍ୟରେ ୩୭୭ ନୂଆ କରୋନା ପଜିଟିଭ ଚିହ୍ନଟ: ୫ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୩୭୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୫ଜଣ ଓ ସ୍ଥାନୀୟ ସଂକ୍ରମଣ ୧୬୨ଜଣ ରହିଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ ହଜାର ୩୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୬, ସୁନ୍ଦରଗଡ଼ରୁ ୪୭, ଅନୁଗୁଳରୁ ୨୮, ମୟୁରଭଞ୍ଜରୁ ୨୫, କଟକରୁ ୧୮, ବାଲେଶ୍ୱରରୁ ୧୬, ନୂଆପଡ଼ାରୁ ୧୪, କେଉଁଝରରୁ ୧୩, ବରଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୧୧ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୫ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ କେଉଁଝରରୁ ସର୍ବାଧିକ ୨, ମୟୁରଭଞ୍ଜ, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧,୭୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୩୭୭ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ ହଜାର ୩୯୪କୁ ବୃଦ୍ଧି ପାଇଥିବାବେଳେ ୩ଲକ୍ଷ ୧୪ ହଜାର ୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧,୭୬୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୪ ହଜାର ୫୫୮ଜଣଙ୍କ ଚିକିତ୍ସା ଜାରି ରହିଛି।