ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇଦେଲେ ଯୁବକ। ତହସିଲରେ କାର୍ଯ୍ୟରତ କାର୍ଯ୍ୟାଳୟର ଅଧିକାରୀ ଉକ୍ତ ଯୁବକଙ୍କ କଥା ନ ଶୁଣିବାରୁ ଡିଜେଲ ଢାଳି ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ଯୁବକ ଜଣକ ଠେଲକୋଲି ଥାନା ଅନ୍ତର୍ଗତ ରାଜୀବ କିଶାନ ବୋଲି ଜଣାପଡ଼ିଛି। ଏଥିରେ ଟେବୁଲ, ଚୌକି, କାଗଜପତ୍ର ପୋଡିଯାଇଛି। ଜମିବାଡି ସମସ୍ୟାକୁ ନେଇ ଏଭଳି କାଣ୍ଡ ଘଟାଇଥିବା ସେ ସ୍ୱୀକାର କରିଛନ୍ତି । ତେବେ ନିଆଁ ଲଗାଇବା ପୂର୍ବରୁ ଯୁବର ଜଣକ ଫେସବୁକରେ ଲାଇଭ କରି ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା ଓ ପରେ ତହସିଲ ଅଫିସରେ ନିଆଁ ଲଗାଇ ଦେଇଥିଲା । ରେଙ୍ଗାଲି ଥାନା ପୋଲିସ ରାଜୀବଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ରେଙ୍ଗାଲି ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି ।