ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧,୩୦୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩୦ଲକ୍ଷ ୧ହଜାର ୭୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୦୮, ଅନୁଗୁଳରୁ ୧୦୩, ମୟୁରଭଞ୍ଜରୁ ୧୦୧, ସୁନ୍ଦରଗଡ଼ରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡ଼ାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ୱରରୁ ୫୪, କେନ୍ଦ୍ରାପଡ଼ାରୁ ୫୩, କେନ୍ଦୁଝରରୁ ୫୦, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୪୬, ନୟାଗଡ଼ରୁ ୪୦ ଓ କୋରାପୁଟ ଜିଲ୍ଲାରୁ ୩୮ଜଣ ରହିଛନ୍ତି। ସେହିପରି ବରଗଡ଼ ଓ ନୂଆପଡ଼ାରୁ ୩୭ ଲେଖାଏଁ, ପୁରୀରୁ ୩୬, ସମ୍ବଲପୁରରୁ ୩୨, ଯାଜପୁରରୁ ୩୦, ଗଞ୍ଜାମରୁ ୨୬, ସୋନପୁରରୁ ୨୫, ନବରଙ୍ଗପୁରରୁ ୨୨, ରାୟଗଡ଼ାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ବୌଦ୍ଧରୁ ୭, ଗଜପତିରୁ ୪, ଦେଓଗଡ଼ରୁ ୩, ଭଦ୍ରକରୁ ୨ଜଣ ଓ ଷ୍ଟେଟ ପୁଲରୁ ୨୬ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୧୦ ହଜାର ୯୨୦କୁ ବୃଦ୍ଧି ପାଉଥିବାବେଳେ ୩ଲକ୍ଷ ୧ହଜାର ୭୭୭ ଜଣ ସୁସ୍ଥ ହୋଇଛନ୍ତି ଓ ୧,୫୭୫ ଜଣଙ୍କର ମୃତ୍ୟୁ ଘଟିଛି।