ପୂର୍ବତନ ପୁଲିସ ଡିଜି ଏସ କେ ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାର ପୂର୍ବତନ ପୁଲିସ ଡିଜି ଏସ କେ ଚାଟାର୍ଜୀଙ୍କ ପରଲୋକ ଘଟିଛି। ଗତକାଲି ରାତିରେ ନୂଆଦିଲ୍ଲୀଠାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ବର୍ତ୍ତମାନର ପୁଲିସ ଡିଜି ଶ୍ରୀ ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

୧୯୬୬ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ଏସ କେ ଚାଟାର୍ଜୀ ୨୦୦୦ ମସିହା ମାର୍ଚ୍ଚ ୧୩ରୁ ୨୦୦୧ ମସିହା ଏପ୍ରିଲ ୩୦ ଯାଏଁ ଓଡିଶା ଡିଜି ଭାବରେ କାର୍ଯ୍ୟଭାର ତୁଲାଇଥିଲେ। ୨୦୦୧ ଏପ୍ରିଲ ୩୦ ତାରିଖରେ ସେ ଅବସର ଗ୍ରହଣ କରିଥିଲେ।