୨୪ ଘଣ୍ଟା ଭିତରେ ରାଜ୍ୟରୁ ୧୪୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରୁ ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୯୮,୭୬୮ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନା ଅନୁସାରେ ଆଜି ଖୋର୍ଦ୍ଧାରୁ ୧୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୧୨, ବାଲେଶ୍ୱରରୁ ୧୦୨, ସୁନ୍ଦରଗଡ଼ରୁ ୯୬, ମୟୂରଭଞ୍ଜରୁ ୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୩ ଜଣ, ବଲାଙ୍ଗିରରୁ ୭୯ ଜଣ, କେନ୍ଦୁଝରରୁ ୬୯ ଜଣ, ପୁରୀରୁ ୬୩ ଜଣ, ଜଗତସିଂହପୁରରୁ ୬୦ ଜଣ, କେନ୍ଦ୍ରାପଡ଼ାରୁ ୫୬ ଜଣ, ନୂଆପଡ଼ାରୁ ୫୫ ଜଣ, ବରଗଡ଼ରୁ ୫୪ ଜଣ, ସମ୍ବଲପୁରରୁ ୩୯ ଜଣ, ଝାରସୁଗୁଡ଼ାରୁ ୩୮ ଜଣ, ଯାଜପୁରରୁ ୩୭ ଜଣ, କଳାହାଣ୍ଡିରୁ ୩୫ ଜଣ, ନୟାଗଡ଼ରୁ ୩୪ ଜଣ, ନବରଙ୍ଗପୁରରୁ ୩୨ ଜଣ, ଢ଼େଙ୍କାନାଳରୁ ୨୮ ଜଣ, ଗଞ୍ଜାମରୁ ୨୬ ଜଣ, କୋରାପୁଟରୁ ୨୧ ଜଣ, ଭଦ୍ରକରୁ ୧୯ ଜଣ, ମାଲକାନଗିରିରୁ ୧୮ ଜଣ, ବୌଦ୍ଧରୁ ୧୬ ଜଣ, ସୋନପୁର ଓ କନ୍ଧମାଳରୁ ୧୨ ଜଣ ଲେଖାଏଁ, ରାୟଗଡ଼ାରୁ ୧୧ ଜଣ, ଗଜପତିରୁ ୬ ଜଣ ଓ ଦେବଗଡ଼ରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ୨,୮୩,୫୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ସେଥିରୁ ୧୩,୭୮୯ ଜଣ ଚିକିତ୍ସାଧୀନ ରହିଛନ୍ତି।