ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ସୁଦ୍ଧା ଦୈନନ୍ଦିନ ରାଜ୍ୟର ସବୁ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ଗତ ୨୪ ଘଣ୍ଟା ଭିତରେ ପୁଣି ୩୦ଟି ଜିଲ୍ଲାରୁ ୧୩୮୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି। ତେବେ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ୭୯୮ ଜଣ ସଂଗରୋଧର ହୋଇଥିବା ବେଳେ ୫୮୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।
ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୫୯, କଟକରୁ ୧୦୯, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡ଼ରୁ ୯୧, ଅନୁଗୁଳ ଓ ନୂଆପଡ଼ାରୁ ୮୮ ଜଣ ଲେଖାଏଁ, ବଲାଙ୍ଗିରରୁ ୭୭, କେନ୍ଦୁଝରରୁ ୫୭, ବରଗଡ଼ରୁ ୫୫, କଳାହାଣ୍ଡି ଓ ଜଗତସିଂହପୁରରୁ ୫୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪୨, ବାଲେଶ୍ୱରରୁ ୩୬, ପୁରୀରୁ ୩୫, ଢ଼େଙ୍କାନାଳରୁ ୩୩, ନୟାଗଡ଼ରୁ ୩୨, ଭଦ୍ରକରୁ ୩୧, ସମ୍ବଲପୁରରୁ ୩୦, ଝାରସୁଗୁଡ଼ାରୁ ୨୯, କୋରାପୁଟରୁ ୨୮, ଗଞ୍ଜାମ, ଯାଜପୁର ଓ ମାଲକାନଗିରିରୁ ୨୩ ଜଣ ଲେଖାଏଁ, ନବରଙ୍ଗପୁରରୁ ୨୧, କନ୍ଧମାଳରୁ ୧୧, ରାୟଗଡ଼ାରୁ ୧୦, ଦେବଗଡ଼ରୁ ୮, ସୋନପୁରରୁ ୫, ବୌଦ୍ଧରୁ ୪ ଓ ଗଜପତିରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି। ସେଥିରୁ ୨,୮୨,୦୭୩ ଜଣ ସୁସ୍ଥ ହୋଇଥିବାବେଳେ ୧୩,୭୭୦ ଜଣ ଚିକିତ୍ସିତ ହେଉଛନ୍ତି।