ପୁରୀ, ଏନ୍ଏନ୍ଏସ୍: ଆଜିଠୁ ପବିତ୍ର କାର୍ତ୍ତିକ ମାସର ବ୍ରତ ଆରମ୍ଭ । କରୋନା କଟକଣା ପାଇଁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି। ତେଣୁ ପତିତପାବନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଭିଡ଼ ହେଉଥିବାରୁ ସେଠାରେ ଏକ ସ୍ୱତନ୍ତ୍ର ବ୍ୟାରିକେଡ଼ କରାଯାଇଛି । ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ସେ ନେଇ ଉତ୍ତର ଓ ଦକ୍ଷିଣଦ୍ୱାର ନିକଟରେ ବ୍ୟବସ୍ଥା କରାଯାଇଛି । ସେଠାରେ ସୁଆର ମହାସୁଆର ନିଯୋଗଠାରୁ ଟୋକନ ନେଇ ଭକ୍ତ ସୁଲଭ ମୁଲ୍ୟରେ ମହାପ୍ରସାଦ ପାଇପାରିବେ । ଅନଲକ ୬ରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟସରକାର । କିନ୍ତୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି, ଦୀପାବଳି, ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଓ ନୂଆବର୍ଷରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେନେଇ ସସପେନ୍ସ ରହିଛି।