ଆଇଏଏସ ସ୍ତରରେ ଅଦଳବଦଳ!

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏହି ଆଇଏଏସ ଅଧିକାରୀଙ୍କୁ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ବିଜ୍ଞପ୍ତି ଅନୁଯାୟୀ ୧୯୮୮ ବ୍ୟାଚର ଆଇଏଏସ ପରାଗ ଗୁପ୍ତା ହୋଇଛନ୍ତି ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ବା ଓଏଫଡିସିର ଅଧ୍ୟକ୍ଷ। ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ।

ଏତତ୍ ବ୍ୟତୀତ ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ଓଏମସି ବା ଓଡିଶା ଖଣି ନିଗମର ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସୁରେନ୍ଦ୍ର ଏବେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ରହିଛନ୍ତି। ମାନସୀ ନିମ୍ଭାଲଙ୍କୁ ଓଏସଏଏମର ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଆହୁରି ମଧ୍ୟ ଜି.ମାଥିଭାଥନନଙ୍କୁ ସିଡିଏର ଚେୟାରମ୍ୟାନ କରାଯାଇଛି। ସେ ଏବେ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ୱରେ ଅଛନ୍ତି। ୟେଦୁଲା ବିଜୟଙ୍କୁ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅବସ୍ଥାପିତ କରାଯାଇଛି।