ଆଜି ମହାଷ୍ଟମୀ, ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ଜଗଦଜନନୀ ମାଆ ଦୁର୍ଗାଙ୍କର ମହାଷ୍ଟମୀ ପୂଜା। ବିଧି ଅନୁସାରେ ମା’ଙ୍କୁ ଆବାହନ କରାଯାଇଛି । କଟକଣା ପାଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି । ସୀମିତ ଭକ୍ତ ଓ ପୂଜକଙ୍କୁ ନେଇ ପୂଜା ଅନୁଷ୍ଠିତ ହେଉଛି । କରୋନା କଟକଣାକୁ ମାନି ଚାଲିଛି ପୂଜା ବଜାର । ସେପଟେ ଟୁଇନସିଟିରେ କଟକଣାରେ ଚାଲିଛି ପୂଜା । ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ବ୍ରତ ରଖିଥାନ୍ତି । ମାଆଙ୍କ ଦର୍ଶନ ସହିତ ପ୍ରସାଦ ପାଇବା ପରେ ବ୍ରତ ସମାପ୍ତିର ବିଧି ରହିଛି । ତେବେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ଘରେ ରହି ଏହି ବ୍ରତ କରିଛନ୍ତି। ସକାଳୁ ମାଜଣା, ଧୂପ କରାଯିବା ସହିତ ଚଣ୍ଡୀପାଠରେ ଆବାହନ କରାଯାଉଛି । ତେବେ ଅଷ୍ଟମୀ ଯିବା ଓ ନବମୀ ପ୍ରବେଶରେ ଆଜି ସନ୍ଧି ପୂଜା କରାଯିବା ସହିତ ପନିକଖାରୁ ବଳି ଦିଆଯିବ ।