ସୁକିନ୍ଦା ବିଧାୟକଙ୍କୁ କରୋନା

ଯାଜପୁର, ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରୀତିରଞ୍ଜନ ଫେସବୁକରେ ସୂଚନା ଦେଇଛନ୍ତି। ଲେଖିଛନ୍ତି ଯେ, ମୋଠାରେ କରୋନାର କୌଣସି ଲକ୍ଷଣ ନାହିଁ, ହେଲେ ସ୍ୱାବ ଟେଷ୍ଟରେ ପଜିଟିଭି ଆସିଛି। ଡାକ୍ତରଙ୍କ ପରାମର୍ଶରେ ନେଇ ଦୁଇ ସପ୍ତାହ ପାଇଁ ସଙ୍ଗରୋଧରେ ରହିବି ।