ଥିରୁଅନନ୍ତପୁରମ,ଏଜେନ୍ସି: ସରକାରୀ ବିଦ୍ୟାଳୟରେ ହାଇଟେକ ଶ୍ରେଣୀଗୃହ କରାଯିବାରେ ସାରା ଭାରତରେ କେରଳ ପ୍ରଥମ ରାଜ୍ୟ ହୋଇଥିବା ଆଜି ମୁଖ୍ୟମନ୍ତ୍ରୀ ପିନାରାଏ ବିଜୟନ ସୂଚନା ଦେଇଛନ୍ତି। ସେ ଏହାକୁ କେରଳର ଗର୍ବିତ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି। ଏନେଇ ସେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ସ୍କୁଲକୁ ଆନ୍ତର୍ଜାତୀୟ ସ୍ତରର ଅପଗ୍ରେଡେସନ କରାଯାଇଛି। ସେହିପରି ହାଇଟେକ ଆଇଟି ଲ୍ୟାବ ତିଆରି ହୋଇଛି ଯାହା ଆଡଭାନ୍ସ ଲର୍ଣ୍ଣିଂରେ ପିଲାଙ୍କୁ ସହାୟକ ହେବ। ତେବେ ଏନେଇ ୩ ଲକ୍ଷରୁ ଊର୍ଦ୍ଧ୍ୱ ଡିଜିଟାଲ ଉପକରଣ ପ୍ରଦାନ କରାଯାଇଛି। ଯେଉଁଥିରେ ଲ୍ୟାପଟପ, ପ୍ରୋଜେକ୍ଟର, ୱେବ କ୍ୟାମ୍, ପ୍ରିଣ୍ଟର ରହିଛି।
ଏଥିସହିତ ସରକାରୀ କ୍ଲାସ ରୁମକୁ ହାଇଟେକ କରିବାରେ କେରଳ ଭାରତରେ ପ୍ରଥମ ରାଜ୍ୟ ହୋଇଛି। ଏହା ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି।