ପୂର୍ବତନ ଡିଜି ଜନ୍ ନାୟକଙ୍କ ପରଲୋକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୂର୍ବତନ ପୁଲିସ ଡିଜି ଜନ୍ ନାୟକଙ୍କ ୭୮ ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ୍ ଡିଜି ଅଭୟ। ଡିଜିପି ଅଭୟ ଟୁଇଟ୍ କରି ଲେଖିଛନ୍ତି, ‘୨୦୦୨ ମସିହାରେ ଅବସର ନେଇଥିବା ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକ ଗତକାଲି ରାତିରେ କରୋନାରେ ପ୍ରାଣତ୍ୟାତଗ କରିଛନ୍ତି। ଫୁଲବାଣୀର ଏକ ଦୂର ଆଦିବାସୀ ଗ୍ରାମରୁ ଆସି ଡିଜି ପଦବୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରେରଣାଦାୟକ ଥିଲା।