ପେଟ୍ରୋଲ ପମ୍ପ ବିସ୍ଫୋରଣ : ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମୃତହତଙ୍କ ପ୍ରତି ଇଣ୍ଡିଆନ ଅଏଲ ସହାୟତା ରାଶି ଘୋଷଣା କରିଛି। ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ ୮ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଗୁରୁତର ଆହତଙ୍କୁ ୪ଲକ୍ଷ ଓ ଆହତଙ୍କୁ ୧ଲକ୍ଷ ଟଙ୍କା ମିଳିବ ବୋଲି ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଆଇଓସିଏଲ୍ ଏହି ଘୋଷଣା କରିଛି।