ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ୭ ମାସ ପରେ ଖୋଲିଲା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଅନ୍‍ଲାଇନ୍‍ ଟିକେଟ୍‍ କରିଥିବା ପର୍ଯ୍ୟଟକଙ୍କୁ ଆଜି ସକାଳ ୮ଟା ବେଳେ ପ୍ରଥମେ ପ୍ରାଣୀ ଉଦ୍ୟାନ ଭିତରକୁ ଛଡ଼ାଯାଇଥିଲା। ପ୍ରାଣୀ ଉଦ୍ୟାନରେ କୋଭିଡ୍‍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ମୁଖ୍ୟ ଫାଟକରେ ପର୍ଯ୍ୟଟକମାନଙ୍କୁ ଥର୍ମାଲ୍‍ ସ୍କାନିଂ କରାଯାଉଥିବା ବେଳେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ସମସ୍ତ ପର୍ଯ୍ୟଟକ ବିଶୋଧନ ମେସିନ୍‍ ମଧ୍ୟ ଦେଇ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ କରୁଛନ୍ତି।