ରାଜଧାନୀରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନ ଦିପ୍ରହରରେ ରାଜଧାନୀ ଭୁବନେଶ୍ୱରରେ ଜଣେ ମିଠା ଦୋକାନୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାତ୍ୟା କରାଯାଇଛି। ବ୍ୟାବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସାମନ୍ତରାପୁରରେ ଦିଲୁ ଏକ ମିଠା ଦୋକାନ କରିଥିଲେ। ତାଙ୍କ ପାଖରେ ଜମ୍ୱୁ ନାମକ ଏକ ଯୁବକ କାମ କରୁଥିଲେ। କିଛି ଦିନ ତଳେ ଦିଲୁଙ୍କ ଦୋକାନ ଛାଡ଼ି ଜମ୍ବୁ ନିଜେ ଏକ ମିଠା ଦୋକାନ କରିଥିଲେ। ଫଳରେ ଦିଲୁଙ୍କ ବେପାର ମାନ୍ଦା ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଦିଲୁ ଆଜି ଫାର୍ସାରେ ଜମ୍ୱୁକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି।

ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରିଥିଲେ। ପରେ କମିସନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ହତ୍ୟାକାଣ୍ଡ ପରେ ଦିଲୁ ଫେରାର ଥିବା ଜଣାପଡ଼ିଛି।