ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦୈନିକ ୩ଟି ସିଫ୍ଟରେ ଓଜେଇଇ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ସକାଳ ୯ରୁ ୧୧, ଦିନ ୧୨ଟା ୩୦ରୁ ୨ଟା ୩୦ ଓ ୪ଟାରୁ ୬ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଏଥର ପରୀକ୍ଷା କମ୍ପ୍ୟୁଟର ବେସଡ୍ ହେବ। ଅକ୍ଟୋବର ୫ରୁ ପରୀକ୍ଷାର୍ଥୀ ଆଡମିଟ କାର୍ଡ ଡାଉନଲୋଡ କରିପାରିବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥର ରେକର୍ଡସ୍ତରରେ ୭୯ ହଜାର ୮୦୦ ପିଲା ପଞ୍ଜୀକରଣ କରିଛନ୍ତି।