ରାଜଧାନୀରେ ୩୪୦ କରୋନା ପଜିଟିଭ ଚିହ୍ନଟ : କ୍ୱାରେଣ୍ଟାଇନରୁ ୮୪, ସ୍ଥାନୀୟ ସଂକ୍ରମଣ ୨୫୬

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨୫୬ ଜଣ ରହିଛନ୍ତି। ଦେଖିବାକୁ ଗଲେ ଲଗାତାର ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ୩୩୭ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୨୩୫ ହୋଇଥିବାବେଳେ ୧୮ ହଜାର ୫୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେଥିମଧ୍ୟରୁ ୯୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୫୩୬ ଜଣଙ୍କ ଚିକିତ୍ସା ଜାରି ରହିଛି।